ଭାରତର କଡା ଜବାବ ପରେ ନରମିଲେ କାନାଡା ସରକାର

0

ନୂଆଦିଲ୍ଲୀ (ଆମ ଟିଭି): କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ କାନାଡା ସଂପର୍କରେ ତିକ୍ତତା ଦେଖାଦେଇଛି । ଭାରତ କୂଟନୀତିଜ୍ଞଙ୍କୁ କାନାଡା ସରକାର ବହିଷ୍କାର କରିବା ପରେ ଜବାବରେ ଭାରତ ମଧ୍ୟ କାନାଡାର କୂଟନୀତିଜ୍ଞଙ୍କୁ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଭାରତର କଡା ଜବାବ ପରେ ନରମ ପଡ଼ିଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ସେ କହିଛନ୍ତି ଏ ମାମଲାରେ କାନାଡ଼ା, ନୂଆଦିଲ୍ଲୀକୁ ଉସୁକାଇବାକୁ ଚାହେଁନି। ଭାରତ ଏ ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଉ ବୋଲି କହିଛନ୍ତି ଟ୍ରୋଡୋ।

ଆମେ ଉତ୍ତେଜନା କିମ୍ବା ପ୍ରତିକ୍ରିୟାଶୀଳ ହେବାକୁ ଚାହୁଁ ନାହୁଁ। ଏହାର ଅନ୍ତର୍ଜାତୀୟ ନିୟମରେ ସୁଦୁରପ୍ରସାରୀ ପରିଣାମ ରହିଛି । ଆମେ ଶାନ୍ତି ରଖିବାକୁ ଚାହଁଛୁ। ଆମେ ଆମର ଗଣତାନ୍ତ୍ରିକ ନୀତି ଓ ମୂଲ୍ୟବୋଧକୁ ବଜାୟ ରଖିବାକୁ ଚାହିଁଛୁ ବୋଲି କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡେ ।

Leave A Reply

Your email address will not be published.