କାନାଡା ସମର୍ଥନରେ ଆମେରିକା

0

ୱାସିଂଟନ୍‌ ଡି. ସି.: କାନାଡାର ସରି ଅଞ୍ଚଳରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂହ ନିଜାର୍‌ଙ୍କ ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ ଉପରେ କାନାଡା କରିବାକୁ ଥିବା ତଦନ୍ତ ଉଦ୍ୟମକୁ ସମର୍ଥନ କରୁଛି ବୋଲି ଗୁରୁବାର ଦିନ ଆମେରିକା କହିଛି।

ଏଥି ସହିତ ଆମେରିକା କହିଛି ଯେ, ଏଭଳି କାର୍ଯ୍ୟକଳାପ ଲାଗି କୌଣସି ‌ଦେଶ କ‌ିଛି ‘ବିଶେଷ ଆଶ୍ବସ୍ତି’ ପାଇବେ ନାହିଁ।

କାନାଡା ଓ ଭାରତର କୂଟନୈତିକ ତିକ୍ତତା ସମ୍ବନ୍ଧରେ ରାଷ୍ଟ୍ରପତି ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କିଛି କହିବାକୁ ଚାହୁଁଛନ୍ତି କି, ବୋଲି ପଚାରା ଯିବାରୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍‌ ସୁଲିଭାନ୍‌ ସାମ୍ବାଦିକମାନଙ୍କୁ କହିଲେ, ଏ ବିଷୟରେ ହୋଇସାରିଥିବା କି, ହେବାକୁ ଥିବା ବ୍ୟକ୍ତିଗତ କୂଟନୈତିକ ଆଳାପଆଲୋଚନା ପ୍ରସଙ୍ଗରେ ମୁଁ ହସ୍ତକ୍ଷେପ କରିବି ନାହିଁ। ଏ ପ୍ରସଙ୍ଗରେ ଆମେ ଭାରତ ସହିତ ଉଚ୍ଚସ୍ତରୀୟ ଯୋଗାଯୋଗରେ ରହିଛୁ ଓ ରହିବୁ ମଧ୍ୟ।

Leave A Reply

Your email address will not be published.