ଆଜି ବସିବ ଏକକ ନିର୍ବାଚନକୁ ନେଇ ବୈଠକ

0

ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶରେ ଏକକ ନିର୍ବାଚନକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ସାରା ଦେଶରେ ଏକକାଳୀନ ନିର୍ବାଚନକୁ ନେଇ ଆଜି ଅନୁଷ୍ଠିତ ହେବ ବୈଠକ । ପୂର୍ବତନ ରାଷ୍ଟପତି ତଥା ରାମନାଥ କୋବିନ୍ଦଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ବୈଠକ । କେନ୍ଦ୍ର ସରକାର ସେପ୍ଟେମ୍ବର ୨ ତାରିଖରେ ଲୋକସଭା, ରାଜ୍ୟ ବିଧାନସଭା, ନଗରପାଳିକା ଓ ପଞ୍ଚାୟତ ନିର୍ବାଚନ ଏକାସାଥିରେ କରିବାକୁ ସୁପାରିସ କରିବା ପାଇଁ ୮ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି ।

କମିଟିରେ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସର ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ୧୫ତମ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନକେ ସିଂହ, ଲୋକସଭାର ପୂର୍ବତନ ସେକ୍ରେଟାରୀ ଜେନାରାଲ ସୁଭାଷ ସିଂ କଶ୍ୟପ, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଓ ଭିଜିଲାନ୍ସ କମିଶନର ପୂର୍ବତନ ମୁଖ୍ୟ ସଞ୍ଜୟ କୋଠାରୀଙ୍କୁ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତ । ମାତ୍ର ଅଧୀର ରଞ୍ଜନ ଚୌଧୁରୀ କମିଟିରେ ରହିବେନି ବୋଲି ସ୍ପଷ୍ଟ କରିଥିଲେ । ପୂର୍ବରୁ କମିଟିର ପ୍ରଥମ ଅଧିକାରୀ ସ୍ତରୀୟ ବୈଠକ ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା ।

 

Leave A Reply

Your email address will not be published.