ବାଇଡେନଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି

0

ୱାଶିଂଟନ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଗୁରୁବାର ଆମେରିକା ଗସ୍ତରେ ଆସିଛନ୍ତି । ଏଠାରେ ସେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି । ଜେଲେନ୍‌ସ୍କି କହିଛନ୍ତି ୟୁକ୍ରେନ ପାଇଁ ଆମେରିକାର ସହାୟତା ନିହାତି ଆବଶ୍ୟକ । ସହାୟତା ନ ମିଳିଲେ ରୁଷ ବିରୋଧୀ ଯୁଦ୍ଧରେ ୟୁକ୍ରେନ ହାରିଯିବ । ଏହି ଅବସରରେ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ ଯୁଦ୍ଧ ଲାଗି ଆମେରିକା ୧୨୮ ନିୟୁତ ଡଲାର (୧୦୬୧ କୋଟି ଟଙ୍କା) ସହାୟତା ଦେବ ବୋଲି ଘୋଷଣା କରିଛନ୍ତି ।

ଏଥିସହ ଆମେରିକା ପ୍ରତିରକ୍ଷା ବିଭାଗ ମଧ୍ୟ ୟୁକ୍ରେନକୁ ୧୯୮ ନିୟୁତ ଡଲାର (୧୬୪୨ କୋଟି ଟଙ୍କା)ର ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମରିକ ଉପକରଣ ଯୋଗାଇଦେବ । ବିବିସି ରିପୋର୍ଟ ଅନୁସାରେ ଆମେରିକା ଏପର୍ଯ୍ୟନ୍ତ ୟୁକ୍ରେନକୁ ୧୧୦ ଅରବ ଡଲାର ଅର୍ଥାତ ୯ଲକ୍ଷ ୧୧ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରିସାରିଲାଣି ।

Leave A Reply

Your email address will not be published.