ମନ୍ କି ବାତରେ ଚନ୍ଦ୍ରଯାନ-୩ର ସଫଳତା ବଖାଣିଲେ ମୋଦୀ

0

ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ କି ବାତ କାର୍ୟ୍ୟକ୍ରମର ୧୦୫ ତମ ସଂସ୍କରଣରେ ଜି -୨୦ଏବଂ ଚନ୍ଦ୍ରୟାନ -୩ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ବିଶ୍ୱରେ ଭାରତର ସଫଳତା ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେବେଳେ ଚନ୍ଦ୍ରୟାନ -୩ ର ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିବାକୁ ଯାଉଥିଲେ, ବିଭିନ୍ନ ମାଧ୍ୟମରେ ପ୍ରତି ମୁହୂର୍ତ୍ତରେ କୋଟି କୋଟି ଲୋକ ଏହି ଘଟଣାର ସାକ୍ଷୀ ରହିଥିଲେ। ଇସ୍ରୋର ୟୁଟ୍ୟୁବ ଲାଇଭ ଚ୍ୟାନେଲରେ ଏହାକୁ ୮୦ ଲକ୍ଷରୁ ଅଧିକ ଲୋକ ଦେଖିଥିଲେ, ଯାହା ଏକ ରେକର୍ଡ। ଏହା ଦର୍ଶାଇଛି ଚନ୍ଦ୍ରୟାନ-୩ ସହିତ କୋଟି କୋଟି ଭାରତୀୟ ଯୋଡ଼ି ହେବା କେତେ ଗୁରୁତ୍ୱପୂର୍ଣ୍ଣ।

ଚନ୍ଦ୍ରଯାନ ସଫଳତା ଉପରେ ଚାଲିଥିବା କୁଇଜ ପ୍ରତିଯୋଗିତା ଚନ୍ଦ୍ରୟାନ -୩ ମହାକୁଇଜ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ପୋର୍ଟାଲର କୁଇଜ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଲୋକଙ୍କୁ ନିବେଦନ କରିଛନ୍ତି। ସେହିପରି ଜି -୧୦ ର ଗ୍ରାଣ୍ଡ ଇଭେଣ୍ଟ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଛି। ଭରତ ମଣ୍ଡପମ ନିଜେ ସେଲିବ୍ରିଟି ପରି ହୋଇଯାଇଛି। ଲୋକମାନେ ଏହା ସହ ସେଲଫି ନେଇଛନ୍ତି ଏବଂ ଗର୍ବର ସହିତ ପୋଷ୍ଟ କରିଛନ୍ତି।

 

Leave A Reply

Your email address will not be published.