ସୁନ୍ଦରଗଡ଼ (ଆମ ଟିଭି): ସ୍କ୍ରବ୍ ଟାଇଫସକୁ ନେଇ ପଶ୍ଚିମ ଓଡ଼ିଶାରେ ଭୟର ବାତାବରଣ । ଦିନକୁ ଦିନ ମାଡିଚାଲିଛି ସ୍କ୍ରବ ଟାଇଫସ୍ । ଲଗାତର ଭାବେ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ଦିନ ପୁଣି ଜିଲ୍ଲା ୬ଜଣ ସ୍କ୍ରବ୍ ଟାଇଫସ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ୨୫୦ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ।
ଖବର ଅନୁଯାୟୀ, ଜିଲ୍ଲାରେ ୪୦ଟି ରକ୍ତ ନମୁନା ପରୀକ୍ଷା ହେବା ପାଇଁ ଯାଇଥିଲା । ଯେଉଁଥିରେ ୬ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଆଉ ବାକି ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ଚିହ୍ନଟ ହୋଇଥିବା ୬ ଆକ୍ରାନ୍ତଙ୍କ ଉପରେ ଲଗାତର ଭାବେ ନଜର ରଖାଯାଇଛି ବୋଲି । ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି ।