କଂଗ୍ରେସ ବିଧାୟକଙ୍କୁ ଘରୁ ଉଠାଇନେଲା ପୋଲିସ

0

ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସ ବିଧାୟକଙ୍କୁ ଘରୁ ଉଠାଇନେଲା ପୋଲିସ । ଆଜି ଭୋର ୬ଟାରେ କଂଗ୍ରେସ ନେତା ସୁଖପାଲ ସିଂ ଖୈରାଙ୍କୁ ଘରୁ ଉଠାଇନେଲା ପୁଲିସ । ଫାଜିଲ୍ଲା ଜଲାଲାବାଦଠାରେ ନାର୍କେଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସସପେନ୍ସ ଆକ୍ଟ ଅନୁଯାୟୀ ୮ ବର୍ଷ ତଳର ଏକ ମାମଲାରେ ତାଙ୍କୁ ଗିରଫ କରାଯାଇଛି ।

ଉତ୍ତ୍ୟକ୍ତ ସୁଖପାଲ ସିଂହ ଖଇରା ପୋଲିସର କାର୍ୟ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇବା ସହ ରାଜ୍ୟ ସରକାରଙ୍କ ମନମୁଖୀ ଅଭିଯୋଗ ଆଣିଛନ୍ତି। ଫେସବୁକ୍ ଲାଇଭରେ ସେ କହିଛନ୍ତି ଯେ ରାଜନୈତିକ ହିସାବ କରିବା ପାଇଁ ତାଙ୍କୁ ହଇରାଣ କରାଯାଉଛି। ଖଇରାଙ୍କ ଫେସବୁକ୍ ଲାଇଭ୍ ଭିଡିଓରେ ସେ ପୁଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି।

ସେମାନେ ପୁଲିସକୁ ୱାରେଣ୍ଟ ଦେଖାଇବାକୁ ଦାବି କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ସାଦା ପୋଷାକରେ ଥିବାରୁ ସେମାନଙ୍କ ପରିଚୟ ପ୍ରକାଶ କରିବାକୁ ସେ ପୁଲିସ କର୍ମଚାରୀଙ୍କୁ କହୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.