ପାକିସ୍ତାନରେ ପୁଣି ଏକ ଭୟଙ୍କର ବିସ୍ଫୋରଣ

0

ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନରେ ପୁଣି ଏକ ଭୟଙ୍କର ବିସ୍ଫୋରଣ ଦେଖିବାକୁ ମିଳିଛି । ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଏକ ଦୁଃଖଦାୟକ ଘଟଣା ଘଟିଛି। ବୁଧବାର ଏଠାରେ ଏକ ଭୟଙ୍କର ବିସ୍ଫୋରଣରେ ଗୋଟିଏ ପରିବାରର ୫ ପିଲାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ମୁତାବକ, ପିଲାମାନେ ଘର ବାହାରେ ଏକ ରକେଟ୍‌ ସେଲ୍‌ ପାଇଥିଲେ, ଯାହାକୁ ସେମାନେ ଖେଳଣା ଭାବି ଘର ଭିତରକୁ ନେଇଯାଇଥିଲେ। ଖେଳିବା ସମୟରେ ର୍ହି ଏଥିରେ ଜୋର୍‌ଦାର ବିସ୍ଫୋରଣ ହୋଇଥିଲା। ବରିଷ୍ଠ ପୋଲିସ ଅଧିକାରୀଙ୍କ ମୁତାବକ, ଏହି ବିସ୍ଫୋରଣରେ ୫ ପିଲାଙ୍କ ସହ ଦୁଇ ମହିଳା ଏବଂ ଦୁଇ ପୁରୁଷଙ୍କର ମଧ୍ୟ ମୃତ୍ୟୁ ଘଟିଛି। ମୃତକଙ୍କ ବ୍ୟତୀତ ପରିବାରର ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଘଟଣାସ୍ଥଳ ହେଉଛି ଏକ ନଦୀ ଅଞ୍ଚଳ। ନଦୀ ଅଞ୍ଚଳରେ ଲୁଚି ରହିଥିବା କୌଣସି ଅପରାଧୀ ଗ୍ୟାଙ୍ଗ୍‌ ଏଠାରେ ରକେଟ୍‌ ସେଲ୍‌ ଛାଡ଼ି ଯାଇଥିବା ଅନୁମାନ କରାଯାଉଛି। ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

 

 

Leave A Reply

Your email address will not be published.