ବିରୋଧୀଙ୍କୁ ଜନ ବିରୋଧୀ କହିବା ଠିକ୍ ନୁହେଁ : ନରସିଂହ ମିଶ୍ର

0

ଭୁବନେଶ୍ବର: କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗାନ୍ଧୀ ମାର୍ଗରେ ଆନ୍ଦୋଳନକାରୀଙ୍କ ପ୍ରସଙ୍ଗ ଉଠାଇଥିଲେ । ସେ ଗୃହରେ ଶୂନ୍ୟକାଳରେ ଦୃଷ୍ଟି ଆକର୍ଷଣ କରି କହିଥିଲେ, ଆନ୍ଦୋଳନକାରୀଙ୍କ ଭୁଲ୍ କଣ? ସେମାନେ କଣ ହକ ମାଗିପାରି ବେନି । ନରସିଂହ ମିଶ୍ର ଆହୁରି କହିଛନ୍ତି, ଶାସକ ଦଳର ମନ୍ତ୍ରୀ ,ବିଧାୟକ ଓ ସାଂସଦଙ୍କୁ  ଚଉକି ବୋହିବା , ଗାତ ଖୋଳିବା ଓ ଲୋକଙ୍କୁ ଆଣି ସଚିବଙ୍କ ସଭା ବାନ୍ଧିବା ପାଇଁ କୁହାଯାଉଛି। ଯାହା ସେହି ଦୃଶ୍ୟଗୁଡ଼ିକ ପ୍ରମାଣ କରୁଛି। ଅଭିଯୋଗ କଥା କହୁଛନ୍ତି, କିନ୍ତୁ ଛାତ୍ରମାନେ କଣ ଗ୍ରିଭାନ୍ସ ପାଇଁ ଯାଉଥିଲେ କି ? ଯଦି ଯାଇଥିଲେ ସେ ସମସ୍ୟା କେତେ କାମ ହୋଇଛି ତାହା କାଲି ଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ହିଁ ବାସ୍ତବ ଜଣା ପଡ଼ୁଛି।

ଗୃହକୁ ବିଭ୍ରାନ୍ତ କରାଯାଉଛି ଆଉ କିଛି ନାହିଁ। ଗ୍ରିଭାନସର ଅର୍ଥ ନୁହେଁ ପଇସା ବାଣ୍ଟିବା।ଗ୍ରିଭାନସର ଅର୍ଥ ନୁହେଁ କି ଶାସକ ଦଳକୁ ନିର୍ବାଚିତ କରିବାକୁ। ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଜନ ବିରୋଧୀ କହିବା ଠିକ୍ ନୁହେଁ, ଏହା ଅଗଣତାନ୍ତ୍ରିକ। କାଲିକି ହୁଏତ କହିପାରନ୍ତି ମୋ ବ୍ୟକ୍ତିଗତ ସଚିବ ବିଧାନସଭାରେ ଉତ୍ତର ଦେବେ। ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଗୁମସ୍ତା ଶାସନ ଚାଲିଛି। କେନ୍ଦ୍ର ସରକାର ଚିଠି କରିଛନ୍ତି ତାଙ୍କ ଉପରେ ତଦନ୍ତ କରିବାକୁ, କିନ୍ତୁ ତାହା ହୋଇ ପାରୁନି କାହିଁକି? ଆଉ ବିଜେପି ସଦସ୍ୟ ଗୃହରେ କହୁଛନ୍ତି ଠିକ୍ କଥା, କିନ୍ତୁ ବାସ୍ତବରେ ତାଙ୍କ ଗୃହମନ୍ତ୍ରୀ ଆସି ସଚିବଙ୍କ ସହ ୱାନ ଠୁ ୱାନ ଆଲୋଚନା କରିବାର ମାନେ କଣ?

Leave A Reply

Your email address will not be published.