ଚେଞ୍ଜ ହେବ ଏୟାର ଇଣ୍ଡିଆ କର୍ମଚାରୀଙ୍କ ୟୁନିଫର୍ମ
ବଲିଉଡର ସେଲିବ୍ରିଟି ଡିଜାଇନର ମନୀଷ ମଲହୋତ୍ରା ଡିଜାଇନ କରିବେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ୟୁନିଫର୍ମ। ମନୀଷଙ୍କ ଦ୍ୱାରା ଡିଜାଇନ ହୋଇଥିବା ୟୁନିଫର୍ମ ପିନ୍ଧିବେ ଏୟାର ଇଣ୍ଡିଆର ୧୦ ହଜାର କର୍ମଚାରୀ। ଏୟାର ଇଣ୍ଡିଆ ନିଜ ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ସମ୍ପର୍କରେ ଘୋଷଣା କରି ସାରିଛି।
ଏୟାର ଇଣ୍ଡିଆ ନିଜ ପୋଷ୍ଟରେ ଲେଖିଛି ଯେ, ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ସହିତ ଆମର ସହଭାଗିତା ଘୋଷଣା କରିବା ଖୁବ୍ ଆନନ୍ଦଦାୟକ। ମନୀଷ ମଲହୋତ୍ରା ଆମର କ୍ୟାବିନ କ୍ରୁ, ପାଇଲଟ ଏବଂ ଅନ୍ୟ ଫ୍ରଣ୍ଟଲାଇନ ସହକର୍ମୀମାନଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ୍ କରିବାକୁ ଯାଉଛନ୍ତି। ଆମେ ମନୀଷ ମଲହୋତ୍ରାଙ୍କ ସହ ମିଶି ଆମର ସହକର୍ମୀମାନଙ୍କ ପାଇଁ ଏକ ଚମତ୍କାର ନୂଆ ଲୁକ୍ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରୁଛୁ । ଏହାର ରେଜଲ୍ଟ ଖୁବ୍ ରୋମାଞ୍ଚପୂର୍ଣ୍ଣ ହେବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।
ମନୀଷ ମଲହୋତ୍ରା ନିଜ ଟିମ୍ ସହ ଏୟାର ଇଣ୍ଡିଆର ଫ୍ରଣ୍ଟଲାଇନ୍ ଷ୍ଟାଫ୍ଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସମୟରେ ସେ ସେମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।