ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନରେ ପୁଣି ଘଟିଛି ଏକ ଭୟଙ୍କର ବିସ୍ଫୋରଣ । ପାକିସ୍ତାନର ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଫଳରେ ଜଣେ ଡିଏସପିଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୭୦ରୁ ଅଧିକ ବ୍ୟକ୍ତି ଆହାତ ହୋଇଥିବା ସୂଚନା ରହିଛି । ଏହି ବିସ୍ଫୋରଣ ବେଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲା ଅଲ-ଫଲାହ ମସଜିଦ ନିକଟରେ ହୋଇଛି । ଏଠାରେ ଇଦ୍ ପାଳନ ଅବସରରେ ମିଲାଦ-ଓଲ-ନବୀ ଶୋଭାଯାତ୍ରା ଉପରକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି ।
ଶୁକ୍ରବାର ଦିନ ସାପ୍ତାହିକ ଇଦ୍ ନମାଜ କ୍ରମରେ ଏହି ବିସ୍ଫୋରଣ ହୋଇଛି । ଜଣେ ଅଧିକାରୀଙ୍କ ମୁତାବକ ସ୍ଥାନୀୟ ଲୋକମାନେ ଇଦ୍ ପାଳନ ପାଇଁ ଏକତ୍ରୀତ ହୋଇଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ମସଜିଦ ଅଞ୍ଚଳରେ ଥିବା ସମସ୍ତ ହସ୍ପିଟାଲକୁ ଜରୁରୀକାଳୀନ ଘୋଷଣା କରାଯାଇଛି । ଏହି ବିସ୍ଫୋରଣରେ ଜଣେ ପୋଲିସ ଅଧିକ୍ଷକଙ୍କ ମୃତ୍ୟୁ ହୋଇଛି ।