ପୁଣି ବଢିଲା କମର୍ସିଆଲ ଏଲପିଜି ଗ୍ୟାସ୍ ଦର

0

ନୂଆଦିଲ୍ଲୀ(ଆମ ଟିଭି): ଆରମ୍ଭ ହୋଇଛି ପାର୍ବଣ ରୁତୁ । ପାର୍ବଣ ରୁତୁ ଆରମ୍ଭ ହେଉ ହେଉ ଗ୍ରାହକଙ୍କୁ ଲାଗିଛି ,କ ବଡ଼ ଝଟକା । ପୁଣି ବଢ଼ିଲା କମର୍ସିଆଲ ଏଲପିଜି ଦର। ୧୯ କେଜି ସିଲିଣ୍ଡର ୨୦୯ ଟଙ୍କା ମହଙ୍ଗା ହୋଇଛି। ଆଜିଠାରୁ ନୂଆ ଦର ଲାଗୁ ହୋଇଛି । ନୂଆ ଦର ଲାଗୁ ହେବା ପରେ ଭୁବନେଶ୍ବରରେ କମର୍ସିଆଲ ଏଲପିଜି ଦର ୧୬ ଶହ ୭୪ ଟଙ୍କାରେ ପହଞ୍ଚିଛି ।

ଦିଲ୍ଲୀରେ ଦର ୧୭୩୧ ଟଙ୍କା ୫୦ ପଇସା ହୋଇଛି। ପୂର୍ବରୁ ଗତ ସେପଟେମ୍ବର ୧ ତାରିଖରେ କମର୍ସିଆଲ ଗ୍ୟାସ ଦର ୧୫୭ ଟଙ୍କା ହ୍ରାସ ପାଇଥିଲା। ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି।

Leave A Reply

Your email address will not be published.