ଭୁବନେଶ୍ୱର (ଆମ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଉତ୍ତର ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ମୁହାଁଇବ । ପ୍ରଭାବରେ ୪ ତାରିଖ ଯାଏ ପ୍ରବଳ ବର୍ଷିବ। ୨ ତାରିଖ ଯାଏ କିଛି ଜିଲ୍ଲାରେ ୧୧୫ରୁ ୨୦୪ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି । ଆଜି ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲଟ ଜାରି ହୋଇଛି ।
ସେହିପରି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୫ ତାରିଖରୁ କମିବ ବର୍ଷା ପରିମାଣ। ରାଜ୍ୟରେ ଜୁନ ୧ରୁ ସେପ୍ଟେମ୍ବର ୩୦ ଯାଏ ୧୧୧୫.୪ ମିମି ବର୍ଷା ହୋଇଛି । ଯାହାକି ସ୍ବାଭାବିକ ବର୍ଷା ତୁଳନାରେ ୩ ପ୍ରତିଶତ କମ । ଏହି ସମୟ ମଧ୍ୟରେ ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।