ନୂଆଦିଲ୍ଲୀ (ଆମ ଟିଭି): ଭାରତ ଓ କାନାଡା ମଧ୍ୟରେ ସଂପର୍କ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି । ଏହାରି ଭିତରେ ଭାରତ କାନାଡାକୁ ଏକ ବଡ ଝଟକା ଦେଇଛି । ଭାରତରେ ଥିବା କାନାଡାର ୪୦ରୁ ଅଧିକ କୂଟନୈତିକ କର୍ମଚାରୀଙ୍କୁ ଭାରତରୁ ତୁରନ୍ତ ଫେରାଇନେବାକୁ ଭାରତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ମୁତାବକ ଭାରତ ଓଟାବାକୁ ନିର୍ଦ୍ଦେଶ ଦେଇଛି କି ଅକ୍ଟୋବର ୧୦ ତାରିଖ ସୁଦ୍ଧା ଭାରତରେ ଥିବା କାନାଡାର ୪୦ରୁ ଅଧିକ କୂଟନୈତିକ କର୍ମଚାରୀଙ୍କୁ ଫେରାଇନେଉ । ସେପଟେ ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଭାରତ ସରକାର ଏନେଇ ଏପର୍ୟ୍ୟନ୍ତ କୌଣସି ବୟାନ ଜାରି କରିନାହାଁନ୍ତି । ଗଣମାଧ୍ୟମର ସୂଚନା ମୁତାବକ ଭାରତରେ କାନାଡାର ୬୨ ଜଣ କୂଟନୈତିକ କର୍ମଚାରୀ ରହିଛନ୍ତି । ଭାରତ କହିଛି କି, ସେମାନଙ୍କ ମଧ୍ୟରୁ ୪୧ ଜଣ କର୍ମଚାରୀଙ୍କୁ କାନାଡା ଫେରାଇ ନେଉ ।