ଭୂମିକମ୍ପ ପରେ ଏମିତି କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ : ଦିଲ୍ଲୀ- ଏନ୍‌ସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଯାହାକୁ ନେଇ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ସେ ଏହି ପୋଷ୍ଟରେ ଲେଖିଛନ୍ତି ଯେ, ଦିଲ୍ଲୀରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ମୁଁ ଆଶା କରୁଛି ଆପଣ ସମସ୍ତେ ସୁରକ୍ଷିତ ଅଛନ୍ତି।

ଜାତୀୟ ଭୂକମ୍ପ କେନ୍ଦ୍ର କହିଛି ଯେ, ଭୂକମ୍ପର ତୀବ୍ରତା ୬.୨ ଏବଂ ଏହାର ଭୂକମ୍ପ କେନ୍ଦ୍ର ନେପାଳରେ ପାଞ୍ଚ କିଲୋମିଟର ଗଭୀରରେ ଥିଲା। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ କିଛି ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଭୟରେ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ। ଏ ପର୍ଯ୍ୟନ୍ତ କୌଣସି ସ୍ଥାନରୁ ମୃତାହତ ଏବଂ କ୍ଷୟକ୍ଷତିର ଖବର ଆସିନାହିଁ।

Leave A Reply

Your email address will not be published.