କେସିଆରଙ୍କୁ ନେଇ ବଡ ବୟାନ ଦେଲେ ମୋଦୀ
ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ୨୦୨୦ ହାଇଦ୍ରାବାଦ ପୌରପାଳିକା ନିର୍ବାଚନ ପରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ମିଶିବାକୁ ଚାହୁଁଥିଲେ। କିନ୍ତୁ କେସିଆର କରିଥିବା କର୍ମ ପାଇଁ ସେ ତାଙ୍କ ସହ ହାତ ମିଳାଇବାକୁ ମନା କରି ଦେଇଥିଲେ ବୋଲି ଆଜି ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ମୋଦିଙ୍କ ଏପରି ଦାବିକୁ କେସିଆରଙ୍କ ଭାରତ ରାଷ୍ଟ୍ର ସମିତି(ବିଆରଏସ୍) ଖଣ୍ଡନ କରିଛି। ଏହା ଡାହା ମିଛ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଚଳିତ ବର୍ଷ ଶେଷ ଭାଗରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ରାଜ୍ୟରେ ଆଜି ବିଜେପି ପକ୍ଷରୁ ଗୋଟିଏ ସଭାର ଆୟୋଜନ କରାଯାଇଥିଲା। ଏହି ସଭାକୁ ସମ୍ବୋଧନ କରି ମୋଦି କହିଛନ୍ତି, “ହାଇଦ୍ରାବାଦ ପୌରପାଳିକା ନିର୍ବାଚନରେ ବିଜେପି ୪୮ଟି ଆସନ ଜିତିଥିଲା। ଏହି ସମୟରେ କେସିଆର ବିଜେପିର ସମର୍ଥନ ଚାହିଁଥିଲେ।
ଏହି ନିର୍ବାଚନ ପୂର୍ବରୁ ସେ ମୋତେ ଏୟାରପୋର୍ଟରେ ସ୍ୱାଗତ କରୁଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଆଉ ସ୍ୱାଗତ କରିବାକୁ ଯାଇ ନଥିଲେ। ହାଇଦ୍ରାବାଦ ପୌରପାଳିକା ନିର୍ବାଚନ ପରେ କେସିଆର ଦିଲ୍ଲୀରେ ମୋତେ ଭେଟିବାକୁ ଆସିଥିଲେ।