ସଞ୍ଜୟ ସିଂଙ୍କ ଘରେ ଇଡି ଚଢାଉ

0

ନୂଆଦିଲ୍ଲୀ(ଆମ ଟିଭି): ପୁଣି ତେଜିଲା ଦିଳ୍ଲୀ ମଦ ଦୁର୍ନୀତି ମାମଲା । ଆପ୍ ସାଂସଦ ସଂଜୟ ସିଂଙ୍କ ଘରେ ଇଡି ଚଢ଼ାଉ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କ ଘରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢ଼ାଉ କରିଥିବା ସୂଚନା ମିଳିଛି । ଏହାପୂର୍ବରୁ ସଂଜୟ ସିଂଙ୍କ ଘନିଷ୍ଠ ସହଯୋଗୀଙ୍କ ଠିକଣାରେ ମଧ୍ୟ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢ଼ାଉ ହୋଇଥିଲା । ଅବକାରୀ ଦୁର୍ନୀତି ମାମଲାର ଚାର୍ଜସିଟରେ ମଧ୍ୟ ସଂଜୟ ସିଂଙ୍କ ନାଁ ରହିଛି ।

ଏହି ମାମଲାରେ ପୂର୍ବରୁ ଗିରଫ ହୋଇ ଜେଲରେ ଅଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଚଳିତ ବର୍ଷ ଫେବ୍ରୁୟାରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପର ଅନେକ ନେତା ତଦନ୍ତକାରୀ ସଂସ୍ଥାର ରାଡାରରେ ଅଛନ୍ତି । ପୂର୍ବରୁ ମନି ଲଣ୍ଡ୍ରିଂ ମାମଲାରେ ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।

Leave A Reply

Your email address will not be published.