ଭୁବନେଶ୍ୱର (ଆମ ଟିଭି): ବହୁ ବାଦ ବିବାଦ ଓ ଆଲୋଚନା ପରେ ଆଜିଠୁ ଖୋଲିବାକୁ ଯାୁଛି ଭୁବନେଶ୍ୱର ୟୁନିଟ୍ ୧ ହାଟ । ବିଏମସି ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ପାର୍କିଂ ସମେତ ଜବରଦଖଲ ଏବଂ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ ୧ ହାଟ ବ୍ୟବସାୟୀ ସଂଘ। ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।
ଗତକାଲି ବିଏମସି ଟିମ ହାଟ ପରିଦର୍ଶନ କରିବା ପରେ ଯଥାର୍ଥ ଦାବି ଗୁଡିକ ପୁରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଛନ୍ତି ସଂଘ ସଭାପତି। ସେହିପରି ମୁଖ୍ୟ ପାର୍କିଂ ସମସ୍ୟାକୁ ସମାଧାନ କରିବାକୁ ୨ ରୁ ୪ ଦିନ ସମୟ ନେବା ସହ ସମାଧାନ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛି ସଂଘ।