ଆଜି ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ

0

ନୂଆଦିଲ୍ଲୀ (ଆମ ଟିଭି): ଆଜି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ଏଥିପାଇଁ ସିବିଆଇ ଏବଂ ଇଡିଙ୍କୁ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି କୋର୍ଟ। ମନୀଷ ସିସୋଡିଆଙ୍କୁ ଚଳିତ ବର୍ଷ ଫେବୃୟାରୀରେ ମଦ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିଲା। ଦିଲ୍ଲୀ ହାଇକୋର୍ଟ ପୂର୍ବରୁ ଏଏପି ନେତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ। ଏହି କାରଣରୁ ସେ ସୁପ୍ରିମକୋର୍ଟଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ। ସେପ୍ଟେମ୍ବର ୧୫ରେ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଶେଷ ଶୁଣାଣି କରିଥିଲେ।

ଉଭୟ ପକ୍ଷର ଓକିଲଙ୍କ ଶୁଣାଣି ପରେ ଜାମିନ ଆବେଦନ ସ୍ଥଗିତ ରଖାଯାଇଥିଲା। ସିସୋଡିଆଙ୍କ ପାଖରେ ସିବିଆଇ ଏବଂ ଇଡି ବିରୋଧରେ ଆଜି ପାଇଁ ଦୁଇଟି ସ୍ବତନ୍ତ୍ର ଆବେଦନ ତାଲିକାଭୁକ୍ତ ହୋଇଛି।

Leave A Reply

Your email address will not be published.