ନୂଆଦିଲ୍ଲୀ (ଆମ ଟିଭି): ଏସିଆନ୍ ଗେମସରେ ଟିମ୍ ଜଲୱା ଦେଖାଉଛି। ଏପର୍ୟ୍ୟନ୍ତ ଭାରତ ୧୬ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି । ଆଜି ଜ୍ୟୋତି ଭେନ୍ନାମ ଓ ଓଜାସ ଦେଓତାଲେ ଆର୍ଚେରୀର ମିକ୍ସଡ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି । ଏଥିସହ ଭାରତର ପଦକ ସଂଖ୍ୟା ୭୧ରେ ପହଞ୍ଚିଛି। ଭାରତ ସମୁଦାୟ ୧୬ଟି ସ୍ୱର୍ଣ୍ଣ, ୨୬ଟି ରୌପ୍ୟ, ୨୯ଟି ବ୍ରୋଞ୍ଜ ସହ ୭୧ଟି ପଦକ ହାସଲ କରି ସାରିଛି। ୨୦୧୮ ଏସିଆନ ଗେମସରେ ଭାରତ ୭୦ଟି ପଦକ ପାଇଥିଲା । ଗତକାଲି ମଧ୍ୟ ଆଥଲେଟିକ୍ସରେ ଭାରତକୁ ୨ଟି ସ୍ୱର୍ଣ୍ଣ ସହ ୬ଟି ପଦକ ମିଳିଥିଲା ।
ଏଥିସହ ବକ୍ସିଂରେ ୨ଟି ଏବଂ କାନୋଇଂରେ ଭାରତୀୟ ଖେଳାଳିମାନେ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଆଜି ୱାର୍ଲଡ ଚାମ୍ପିୟନ୍ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ଟ୍ରାକକୁ ଓହ୍ଲାଇବେ । ସେହିପରି ଜାଭେଲିନ୍ ଥ୍ରୋରେ ଓଡ଼ିଆ ପୁଅ କିଶୋର ଜେନା ମଧ୍ୟ ଭାଗ ନେବେ।