ରସାୟନ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ
ନୂଆଦିଲ୍ଲୀ: ୨୦୨୩ ବର୍ଷ ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ରସାୟନ ବିଜ୍ଞାନରେ ନୋବେଲ । ମନୋନୀତ ତିନି ବୈଜ୍ଞାନିକ ହେଉଛନ୍ତି ମଉଙ୍ଗି ଜି ବାଓ୍ୱେଣ୍ଡିଂ, ଲୁଇସ୍ ଇ ବ୍ରୁସ୍ ଏବଂ ଆଲୋକ୍ସି ଆଇ ଇକିମୋଭ୍ । ଏହି ତିନି ରାସାୟନବିତଙ୍କୁ କ୍ବାଣ୍ଟମ ଡଟ୍ସ ଏବଂ ମନୋ ପାର୍ଟିକିଲ୍ସର ଉଦ୍ଭାବନ ତଥା ବିକାଶ ପାଇଁ ନୋବେଲ ପୁରସ୍କାର ମିଳିଛି ।
୨୦୨୩ ପାଇଁ କେମିଷ୍ଟ୍ରିରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସେମାନଙ୍କୁ ନୋବେଲ ପୁରସ୍କାର ଲାଗି ମନୋନୀତ କରାଯାଇଛି । ତିନି ବୈଜ୍ଞାନିକଙ୍କ ଦ୍ୱାରା ଉଦ୍ଭାବିତ ଓ ବିକଶିତ ଅତିକ୍ଷୁଦ୍ର କଣିକା ପାଇଁ ଏହି ପୁରସ୍କାର ମିଳିବ ।