ନୂଆଦିଲ୍ଲୀ (ଆମ ଟିଭି): ସଞ୍ଜୟ ସିଂଙ୍କ ପରେ ଏବେ ଇଡିର ନଜର ପଶ୍ଚିମବଙ୍ଗ ଉପରେ । ପଶ୍ଚିମବଙ୍ଗ ମମତା ସରକାରରେ ମନ୍ତ୍ରୀ ଥିବା ରଥିନ ଘୋଷଙ୍କ ଆବାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢଉ କରିଛି । ଏହି କାର୍ୟ୍ୟାନୁଷ୍ଠାନ ନଗରପାଳିକାରେ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ କଥିତ ସମ୍ପୃକ୍ତି ନେଇ ହୋଇଛି । ରଥିନଙ୍କ ସରକାରୀ ଆବାସ ସହ ୧୩ଟି ସ୍ଥାନରେ ଚଢଉ କରିଛି ଇଡି ।
ମଧ୍ୟମଗ୍ରାମ ଆସନରୁ ବିଧାୟକ ଥିବା ରଥିନ୍ ଏବେ ମମତା ସରକାରଙ୍କ ଖାଦ୍ୟ ଓ ଆପୂର୍ତ୍ତି ମନ୍ତ୍ରୀ ଅଛନ୍ତି । ଏହାପୂର୍ବରୁ ସେ ମଧ୍ୟମଗ୍ରାମ ନଗରପାଳିକାର ପୂର୍ବ ଅଧ୍ୟକ୍ଷ ଥିଲେ । ଏହି ସମୟରେ ଦୁର୍ନୀତି ହୋଇଥିଲା । ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହୋଇଥିଲା । ଯାହାର ପ୍ରମାଣ ମିଳିବା ପରେ ତନାଘନା ହୋଇଥିଲା ।