ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍

0

ନୂଆଦିଲ୍ଲୀ (ଆମ ଟିଭି): ଆରବିଆଇର କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ରେପୋ ରେଟ୍‌ ୬.୫ ପ୍ରତିଶତ ବଜାୟ ରହିଛି । ମୁଦ୍ରା ନୀତି କମିଟି ବୈଠକ ପରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି, ସମସ୍ତ ପ୍ରାସଙ୍ଗିକ ଦିଗ ଉପରେ ବିସ୍ତୃତ ଆଲୋଚନା ପରେ ମୁଦ୍ରା ନୀତି କମିଟି ରେପୋ କେଟ୍‌କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛି।

ଏହି ଅବଧି ମଧ୍ୟରେ ଆରବିଆଇ ଗଭର୍ନର ଜିଡିପି ଆକଳନରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ସେପ୍ଟେମ୍ବର ମାସରେ ମୁଦ୍ରାସ୍ଫୀତି ହ୍ରାସ ପାଇବା ନେଇ ଆଶା କରାଯାଉଛି। ରେପୋ ରେଟ୍‌ ବୃଦ୍ଧିର ପ୍ରଭାବ ଅର୍ଥନୀତି ଉପରେ ଦୃଶ୍ୟମାନ ହେଉଛି ବୋଲି ଆରବିଆଇ ଗଭର୍ନର କହିଛନ୍ତି।

Leave A Reply

Your email address will not be published.