ନୂଆଦିଲ୍ଲୀ(ଆମ ଟିଭି): ଚଳିତ ବର୍ଷ ଏସିଆନ୍ ଗେମ୍ସରେ ଭାରତୀୟ ଖେଳାଳୀ ସେମାନଙ୍କ ଜଲୱା ଦେଖାଇଛି । ୧୦୭ଟି ପଦକ ଜିତି ରେକର୍ଡ ହାସଲ କରିଛି । ଏହାରି ଭିତରେ ଏସିଆନ୍ ଗେମ୍ସରେ ଭାଗ ନେଇଥିବା ଭାରତୀୟ ଖେଳାଳିଙ୍କୁ ଆଜି ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରାହ୍ଣ ୪ଟା ୩୦ରେ ଦିଲ୍ଲୀ ମେଜର ଧ୍ୟାନଚାନ୍ଦ ନେସନାଲ ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ହେବ । କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସବୁ ଆଥଲେଟଙ୍କୁ ସମ୍ବୋଧିତ କରିବେ ।
ଚଳିତ ବର୍ଷ ଏସୀଆଡରେ ଐତିହାସିକ ପ୍ରଦର୍ଶନ କରିଛି ଭାରତ । ମୋଟ୍ ୧୦୭ଟି ପଦକ ନିଜ ନାଁରେ କରିଛି ଭାରତ । ଯେଉଁଥିରେ ରହିଛି ୧୮ଟି ସ୍ୱର୍ଣ୍ଣ, ୩୮ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ ପଦକ ମିଳିଛି । ଓଡ଼ିଆ ପୁଅ କିଶୋର ଜେନା ଜାଭେଲିନ୍ ଥ୍ରୋରେ ଐତିହାସିକ ରୌପ୍ୟ ପଦକ ଜିତିଛନ୍ତି ।