ସଞ୍ଜୟ ସିଂହଙ୍କୁ ପୁଣି ଝଟକା
ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ସାଂସଦ ସଞ୍ଜୟ ସିଂଙ୍କୁ ପୁଣି ଝଟକା ମିଳିଛି । କୋର୍ଟ ପୁନର୍ବାର ଆପ ସାଂସଦ ସଞ୍ଜୟ ସିଂଙ୍କୁ ଏକ ଝଟକା ଦେଇଛନ୍ତି ଏବଂ ତାଙ୍କ ଇଡି ରିମାଣ୍ଡରେ ବୃଦ୍ଧି କରିଛନ୍ତି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗତ ବୁଧବାର ସନ୍ଧ୍ୟାରେ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଛି ।
ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସାଂସଦ ସଞ୍ଜୟ ସିଂଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରାଯାଇଛି । ଏଠାରେ କୋର୍ଟ ତାଙ୍କ ଇଡି ରିମାଣ୍ଡରେ ବୃଦ୍ଧି କରିଛନ୍ତି । ସଞ୍ଜୟ ସିଂଙ୍କୁ ବର୍ତ୍ତମାନ ଅକ୍ଟୋବର ୧୩ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ରଖାଯିବ । ଏହାପୂର୍ବରୁ କୋର୍ଟ ତାଙ୍କୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇଥିଲେ ।