ହାଇକୋର୍ଟ ଦ୍ବାରସ୍ଥ ହେଲେ ସଞ୍ଜୟ ସିଂହ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହିତ ସମ୍ପୃକ୍ତ ଥିବା ଅଭିଯୋଗ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ଦ୍ବାରା ଗିରଫ ହୋଇଥିବା ‘ଆପ୍’ ନେତା ତାଙ୍କ ଗିରଫଦାରିକୁ ଚାଲେଞ୍ଜ୍ କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ଏଥିସହିତ ସେ ଟ୍ରାଏଲ୍ କୋର୍ଟ ମଞ୍ଜୁର କରିଥିବା ରିମାଣ୍ଡ୍କୁ ବି ଚାଲେଞ୍ଜ୍ କରିଛନ୍ତି। ଆଜି ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନର ଶୁଣାଣି କରିପାରନ୍ତି।
ସିଂହଙ୍କ ଆବେଦନ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ସତୀଶଚନ୍ଦ୍ର ଶର୍ମା ଏବଂ ବିଚାରପତି ସଞ୍ଜୀବ ନରୁଲାଙ୍କ ଖଣ୍ଡପୀଠରେ ଶୁଣାଣି କରାଯିବ ବୋଲି ଉଲ୍ଲେଖ କରାଯାଇଛି।