ଭୁବନେଶ୍ୱର(ଆମ ଟିଭି): ଆଜି ପବିତ୍ର ମହାଳୟା ଅମାବାସ୍ୟା । ଏଥିପାଇଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଛି । ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଚଳିତ ବର୍ଷ ୮ ଦିନ ସ୍କୁଲ ପିଲାଙ୍କୁ ମିଳିବ ପୂଜା ଛୁଟି । ଆସନ୍ତା ୨୦ ତାରିଖରୁ ୨୯ ତାରିଖ ଯାଏଁ ସମସ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି । ଏହି ପୂଜା ଛୁଟି ଅବଧିରେ ୨ଟି ରବିବାର ପଡୁଛି । ତେଣୁ ଲଗାତାର ୧୦ ଦିନ ସ୍କୁଲ ବନ୍ଦ ରହିବ ।
ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିସ କରାଯାଇଛି । ମହାଳୟା ଓ ପୂଜା ଛୁଟି ବାବଦରେ ସରକାରଙ୍କ ଅଧିନରେ ଥିବା ସମସ୍ତ ବିଦ୍ୟାଳୟକୁ ଜଣାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।