ସାବୁନ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୪ ମୃତ

0

ନୂଆଦିଲ୍ଲୀ(ଆମ ଟିଭି): ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣ ଯୋଗୁ ୪ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଦଶରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି କିଛି ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶ ମେରଟର ଲୋହିଆ ନଗରରେ। ସୂଚନା ଅନୁସାରେ କାରଖାନାରେ କାର୍ୟ୍ୟ କରୁଥିବା ବେଳେ ଏକ ବଡ଼ ଧରଣର ବିସ୍ଫୋରଣରେ ସମଗ୍ର ଅଞ୍ଚଳ କମ୍ପିତ ହୋଇଥିଲା।

ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନା ଚାଲୁଥିବା ଘର ସହିତ ନିକଟସ୍ଥ ଦୁଇ ତିନିଟି ଘର ଭୁଶୁଡି ପଡିଥିଲା। ଏହି ଘରେ ଅନେକ ଲୋକେ ଦବି ହୋଇ ରହିଥିବା ନେଇ ଅନୁମାନ କରାଯାଉଛି। ବିସ୍ଫୋରଣ ଖୁବ ଜୋର୍‌‌ରେ ଥିବା ସହ ୩୩ କେଭି ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ପଡିଥିବା ଜଣାପଡିଛି। ରାସ୍ତାରେ ଯାଉଥିବା କିଛି ଲୋକେ ମଧ୍ୟ ଏହି ବିସ୍ଫୋରଣରେ ଆହତ ହୋଇଛନ୍ତି।

 

Leave A Reply

Your email address will not be published.