ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟଙ୍କ ନା’

0

ନୂଆଦିଲ୍ଲୀ(ଆମ ଟିଭି): ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେ, ଏହା ହେଉଛି ସମ୍ବିଧାନର ଅଧିକାର । ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ୩-୨ରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

ଏହି ମାମଲା ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ କହିଛନ୍ତି ଯେ, ସୁପ୍ରିମକୋର୍ଟ ସ୍ୱତନ୍ତ୍ର ବିବାହ ଆଇନର ଧାରାକୁ ବାତିଲ କରିପାରିବେ ନାହିଁ । ସେ କହିଛନ୍ତି ଯେ ତାଙ୍କ ମତରେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବେ କି ନାହିଁ ସଂସଦ ନିଷ୍ପତ୍ତି ନେବା ଉଚିତ୍। ସମଲିଙ୍ଗୀ ସମ୍ପ୍ରଦାୟ ପ୍ରତି ଭେଦଭାବ ବନ୍ଦ କରିବାକୁ ସେ କେନ୍ଦ୍ର ଏବଂ ପୋଲିସ ବାହିନୀକୁ ମଧ୍ୟ ଅନେକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

Leave A Reply

Your email address will not be published.