ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଲା ଆଶ୍ୱସ୍ତି

0

ନୂଆଦିଲ୍ଲୀ: ମଡେଲ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ୨୦୧୪ ରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ ଝାଡଖଣ୍ଡ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ମଙ୍ଗଳବାର ଦିନ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଜାମସେଦପୁର କୋର୍ଟରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିଛନ୍ତି । ଜଷ୍ଟିସ ସଞ୍ଜୟ କୁମାର ଦ୍ୱିବେଦୀ କହିଛନ୍ତି ଯେ ସୋରେନଙ୍କ ବିରୋଧରେ ଣୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ଏବଂ ଏହି ମାମଲାରେ ଉତ୍ତର ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ହାଇକୋର୍ଟର ଜାମସେଦପୁର କୋର୍ଟରେ ତାଙ୍କ ବିରୋଧରେ ବିଚାରାଧୀନ ପ୍ରକ୍ରିୟାକୁ ସୋରେନ୍‌ ଚ୍ୟାଲେଞ୍ଜ କରିଥିଲେ । ୨୦୧୪ ବିଧାନସଭା ନିର୍ବାଚନ ସମୟରେ ଆଦିତ୍ୟପୁର ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏକ ମାମଲା ଉପରେ ଏହି ମାମଲା ଆଧାରିତ । ଛଅ ସପ୍ତାହ ପରେ ପୁଣି ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ । ସୋରେନ ମଡେଲ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ସେ ତାଙ୍କ ଦଳର ପ୍ରାର୍ଥୀ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଧାର୍ଯ୍ୟ ସମୟଠାରୁ ଅଧିକ ସମୟ ପାଇଁ ପ୍ରଚାର କରିଥିବା ଅଭିଯୋଗ ହୋଇଛି । ୨୦୨୨ ମସିହାରେ ତାଙ୍କ ବିରୋଧରେ ଆଉ ଏକ ସମାନ ମାମଲା ହାଇକୋର୍ଟ ଖାରଜ କରିଦେଇଥିଲେ ।

Leave A Reply

Your email address will not be published.