ଗାଜାର ଡାକ୍ତରଖାନା ଉପରେ ରକେଟ୍ ମାଡ: ୫୦୦ରୁ ଅଧିକ ମୃତ
ନୂଆଦିଲ୍ଲୀ(ଆମ ଟିଭି): ୧୦ ଦିନରୁ ଉଦ୍ଦ୍ୱର୍ ହେବ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଆକ୍ରମଣ ଏତେ ଭୟଙ୍କର ହେଉଛି ଯେ, ଏହାରି ଭିତରେ ମୃତ୍ୟୁ ସଂଖ୍ୟା ୪ହଜାର ଟପି ସାରିଲାଣି । ଏହି ସମୟରେ, ଇସ୍ରାଏଲ୍ ସେନା ଗାଜାର ଏକ ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଯେଉଁଥିରେ ୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ହମାସ ଏହି ଆକ୍ରମଣକୁ ଇସ୍ରାଏଲ୍ ଦ୍ୱାରା କରାଯାଇଥିବା ଦାବି କରୁଛି । ତେବେ ଇସ୍ରାଏଲ କିନ୍ତୁ ଏହି ଆକ୍ରମଣରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଛି ।
ଇସ୍ରାଏଲ ଦାବି କରିଛି ଯେ ହସ୍ପିଟାଲ ଉପରେ ଯେଉଁ ରକେଟ୍ ମାଡ ହୋଇଛି ତାହା ପାଲେଷ୍ଟାଇନ ଦ୍ୱାରା ହୋଇଛି । କିନ୍ତୁ ଇସ୍ରାଏଲ ସେନା ଦ୍ୱାରା କେନ୍ଦ୍ରୀୟ ଗାଜାର ଅଲ ଅହଲି ହସ୍ପିଟାଲରେ ଏହି ଆକ୍ରମଣ ହୋଇଛି ବୋଲି ହମାସ ଦାବି କରିଛି । ଏହି ହସ୍ପିଟାଲକୁ ଗାଜା ଷ୍ଟ୍ରିପର ଶେଷ ଖ୍ରୀଷ୍ଟିଆନ ହସ୍ପିଟାଲ ବୋଲି କୁହାଯାଏ । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି ଯେ ଇସ୍ରାଏଲ ସେନା ସନ୍ଧ୍ୟାରେ ଅଲ ଅହଲି ଆବ୍ରି ବାପ୍ଟିଷ୍ଟ ହସ୍ପିଟାଲରେ ଏୟାର ଷ୍ଟ୍ରାଇକ୍ କରିଥିଲା, ଯେଉଁଥିରେ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସୂଚନା ମିଳିଛି ଯେ ଜୋର୍ଡାନରେ ଥିବା ଇସ୍ରାଏଲ୍ ଦୂତାବାସ ଉପରେ ଆକ୍ରମଣ କରାଯାଇଛି ।