କୋଇଲା ଖଣି କର୍ମଚାରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଲେ ରାହୁଲ ଗାନ୍ଧୀ

0

ନୂଆଦିଲ୍ଲୀ (ଆମ ଟିଭି): ଆଗକୁ ଅଛି ତେଲେଙ୍ଗାନା ବିଧାନସଭା ନିର୍ବାଚନ । ସେଥିପାଇଁ ସମସ୍ତ ଦଳ ପ୍ରଚାର ଆରମ୍ଭ କରିଛନ୍ତି। ଏହି ସମୟରେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ତେଲଙ୍ଗାନାର ସିଙ୍ଗରେନି କୋଇଲା ଖଣି ରେ କାର୍ୟ୍ୟ କରୁଥିବା କର୍ମଚାରୀଙ୍କୁ ଭେଟିଥିଲେ।

କଂଗ୍ରେସ ପକ୍ଷରୁ ଏମପି ରାହୁଲ ଗାନ୍ଧୀ ଏବଂ ଏସସିସିଏଲରେ କାର୍ୟ୍ୟ କରୁଥିବା କର୍ମଚାରୀଙ୍କ ଫଟୋ ସୋସିଆଲ ମିଡିଆ ଏକ୍ସରେ ଶେୟାର କରିଛି। ଏହି ଫଟୋରେ କଂଗ୍ରେସ ନେତା କର୍ମଚାରୀଙ୍କ ସହ କଥାବାର୍ତ୍ତା କରୁଥିବା ଏବଂ ଫଟୋଗ୍ରାଫି କରୁଥିବା ଦେଖିବାକୁ ମିଳିଛି। ତେଲଙ୍ଗାନାରେ ନିର୍ବାଚନ ପ୍ରଚାର ରୋଡ ଶୋ ସମୟରେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଭାଜପା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଖୁବ ବର୍ଷିଛନ୍ତି।

Leave A Reply

Your email address will not be published.