କଟକ(ଆମ ଟିଭି): ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା ଆସନ୍ତା ନଭେମ୍ବର୨୭ ତାରିଖରୁ ଆରମ୍ଭ ହୋଇ।ଡିସେମ୍ବର ୪ ତାରିଖ ପର୍ୟ୍ୟନ୍ତ ଚାଲିବ। ମହାନଦୀ ପଠାର ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ଅନୁଷ୍ଠିତ ହେବ।ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ପରେ ବୈଠକରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ ଗତବର୍ଷ ଭଳି ଅନେକ ନୂଆ ପଦକ୍ଷେପ ନିଆଯିବ।
ଓରମାସ ପକ୍ଷରୁ ଏକ ଜାତୀୟ ସ୍ତରର ପଲିଶ୍ରୀ ମେଳା କରାଯିବା ସହ ଓରମାସର ଷ୍ଟଲ ସଂଖ୍ୟା ଆଉ ୪୦୦କୁ ବୃଦ୍ଧି କରାଯିବ।ସେହିପରି ଗତବର୍ଷ ହୋଇଥିବା କଟକ ଇନ୍ କଟକରେ ଜିଲ୍ଲାରେ ଥିବା ବିଭିନ୍ନ ସ୍ମାରକୀର ପ୍ରତିକୃତି କରାଯିବା ସହ ଚଳିତ ବର୍ଷ କଟକ ଇନ୍ କଟକ ପାଭିଲିୟନରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମେଳା ମଧ୍ୟ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିବୋ ସୂଚାନ ମିଳିଛି।