ଭୁବନେଶ୍ୱର (ଆମ ଟିଭି): ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମିଳିଲା ଖୁସି ଖବର। ଦଶହରା ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହଙ୍ଗା ଭତ୍ତା ବଢାଇଛନ୍ତି । ସେମାନଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୪% ବୃଦ୍ଧି ସହିତ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୨%ରୁ ୪୬%କୁ ବଢ଼ିଛି।
ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏହା ଦ୍ୱାରା ୪.୫ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନ୍ଭୋଗୀ ଉପକୃତ ହେବେ। ରାଜ୍ୟ ସରକାରଙ୍କ ଏ ଭେଟି ପରେ ସରକାରୀ କର୍ମଚାରୀ ଖୁସି ବ୍ୟକ୍ତ କରିଛନ୍ତି ।