ଆଜି ଶକ୍ତିପୀଠରେ ମା’ଙ୍କ ଅଷ୍ଟମୀ, ମଣ୍ଡପେ ସପ୍ତମୀ ପୂଜା

0

ଭୁବନେଶ୍ୱର (ଆମ ଟିଭି): ଦଶହରା ଓ ଦୁର୍ଗାପୂଜାକୁ ନେଇ ଗାଁ ଠୁ ସହର ସବୁଠି ଚଳଚଞ୍ଚଳ । ଏହାରି ଭିତରେ ଶକ୍ତିପୀଠରେ ଆଜି ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଆଜି ସପ୍ତମୀ ପୂଜା କରାଯାଉଛି । ପୂଜକ ବେଳଗଛ ମୂଳେ ପୂଜା କରିବା ପରେ ମାଆଙ୍କୁ ମଣ୍ଡପକୁ ଆବାହନ କରିଛନ୍ତି । ଆଜି ମାଆଙ୍କୁ ଚକ୍ଷୁ ଦାନ ପରେ ପୂଜା ଆରମ୍ଭ ହେବ । ସପ୍ତମୀରେ ନଦୀରୁ ପବିତ୍ର ଜଳ ଆଣି ମଣ୍ଡପରେ ମାଆଙ୍କୁ ଚକ୍ଷୁଦାନ କରାଯିବା ସହ ମନ୍ତ୍ରଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯିବ ।

ଏସବୁ ଭିତରେ ପୂଜା ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର ଓ କଟକ । ବଡ଼ ବଡ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଭୁବନେଶ୍ୱର । ରବିବାର ଅଷ୍ଟମୀ ପୂଜା ସହ ବ୍ରତପୂଜା କରିବାର ବିଧି ଓ ପରମ୍ପରା ରହିଛି । ସେହିଭଳି ନବରାତ୍ରୀକୁ ଦୃଷ୍ଟିରେ ରଖି ରାଜଧାନୀ ସମେତ ରାଜ୍ୟର ବଡ ବଡ ସହରରେ ଆୟୋଜନ ହୋଇଛି ଦାଣ୍ଡିଆ ନାଇଟ୍ସ ।

 

Leave A Reply

Your email address will not be published.