ଭୁବନେଶ୍ୱର(ଆମ ଟିଭି): ଆସୁଛି ଭୟଙ୍କର ସାମୁଦ୍ରିକ ଝଡ଼ । ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ୧୮ ଘଂଟା ମଧ୍ୟରେ ସାମୁଦ୍ରିକ ଝଡର ରୂପ ନେଇପାରେ । ଏହା ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଉପକୂଳ ଆଡକୁ ଯିବ । ଏହି ବାତ୍ୟାର ନାମ ହମୁନ ରହିଛି । ଇରାନ ଏହି ବତ୍ୟାର ନାମକରଣ କରିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ତେବେ ଏହାର ପ୍ରଭାବ ଓଡିଶା ଉପରେ ବିଶେଷ ନାହଁ । କେବଳ ତିନି ଦିନ ରାଜ୍ୟରେ ସ୍ୱଳ୍ପ ବର୍ଷା ହେବା ସମ୍ଭାବନା । ଉପକୂଳ ଓଡିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ କନ୍ଧମାଳ, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।