ପୁରୀ (ଆମ ଟିଭି): ପାର୍ବଣରେ ଅସମ୍ଭାଳ ଭିଡ଼ । କେବଳ ରାଜଧାନୀ ଭୁବନେଶ୍ୱରରେ ନୁହେଁ, ପୁରୀରେ ମଧ୍ୟ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଆଜି ପୀଠରେ ଦଶମୀ ହୋଇଥିବା ବେଳେ ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ନବମୀ ଓ ଦଶମୀ ପ୍ରାୟ ଅନେକ କର୍ମଚାରୀଙ୍କ ଛୁଟି ଥିବା ବେଳେ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଛି ।
ବ୍ୟାରିକେଟ୍ ବାହାରେ ମଧ୍ୟ ବଡ଼ ଦାଣ୍ଡରେ ଛିଡ଼ା ହୋଇଛନ୍ତି ଶହ ଶହ ଭକ୍ତ । ଖାଲି ପାଦରେ ଖରାରେ ଛିଡ଼ା ହୋଇଛନ୍ତି ଭକ୍ତ । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।