ଗତକାଲି ଠାରୁ ଖାଡ଼ା ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ

0

ଭୁବନେଶ୍ୱର (ଆମ ଟିଭି): ସେବାୟତଙ୍କ ମଧ୍ୟରେ ବିବାଦ ପାଇଁ ଖାଡା ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ଗତକାଲିଠାରୁ ଉପାସରେ ଅଛନ୍ତି ଶ୍ରୀଲିଙ୍ଗରାଜ ମହାପ୍ରଭୁ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ଜମି ବିବାଦକୁ ନେଇ ଗତକାଲିଠାରୁ ବନ୍ଦ ରହିଛି ନୀତିକାନ୍ତି । ଗତକାଲିଠାରୁ ଏପର୍ୟ୍ୟନ୍ତ କୌଣସି ନୀତି କରାଯାଇନାହିଁ । ଲିଙ୍ଗରାଜଙ୍କ ଜମି ଉପରେ ବଡୁ ନିଯୋଗ ବେଆଇନ ନିର୍ମାଣ କରିଥିବା ଅଭିଯୋଗ କରି ନୀତିରୁ ଦୂରେଇ ରହିଛନ୍ତି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ।

ଅନ୍ୟପଟେ ବଡୁ ନିଯୋଗ କରିଆସୁଥିବା ନୀତି ଚାଲୁ ରଖିଥିବା ବେଳେ ସାହାଣମେଲା ଦର୍ଶନ ଜାରି ରହିଛି । ଏତେ ସମୟ ବିତିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ ।

 

Leave A Reply

Your email address will not be published.