“My Sweet Housewife” – ଓଡ଼ିଆ ସିନେମାରେ ମହିଳା ସଶକ୍ତିକରଣର ଏକ ଉତ୍ସବ

0

ଭୁବନେଶ୍ୱର, ଅତ୍ୟନ୍ତ ଗର୍ବ ଓ ଆଶାର ସହ ଆମେ ଘୋଷଣା କରୁଛୁ ଯେ ମହିଳା ସଶକ୍ତିକରଣ ଭଳି ଏକ ଗୁରୁତ୍ୱପର୍ଣ୍ଣ ପ୍ରସଙ୍ଗ ଉପରେ ଆଧାରିତ  ଓଡିଆ ସିନେମା “My Sweet Housewife”ର ସଙ୍ଗୀତ ଉନ୍ମୋଚନ  କାର୍ଯ୍ୟକ୍ରମ  ୨୭ ଅକ୍ଟୋବର, ୨୦୨୭ ତାରିଖରେ ଭୁବନେଶ୍ୱରର ଶହୀଦ ନଗରସ୍ଥିତ ସମ୍ମାନଜନକ ଏମ୍ପାୟାର୍ସ ହୋଟେଲରେ  ଅନୁଷ୍ଠିତ ହେବାକୁ ଯାଉଛି।

ତାରକାଖଚିତ ଦଳ:

“My Sweet Housewife” ର  ଅନ୍ତର୍ନିହିତ ଯାଦୁ ସମ୍ଭବ ହୋଇପାରିଛି କେବଳ ଏହା ପଛରେ ଥିବା ସମର୍ପିତ ଦଳର ନିରନ୍ତର ପରିଶ୍ରମ କାରଣରୁ :

ଗୀତିକବିତା: ପ୍ରତିଭାବାନ କୁମାରଶ୍ରୀଙ୍କ ଦ୍ୱାରା ନିର୍ମିତ

ସଙ୍ଗୀତ: ସଙ୍ଗୀତଜ୍ଞ ରାହୁଲ ରାଉଳଙ୍କ ସଂଯୋଜନା

କଣ୍ଠଶିଳ୍ପୀ : ମାଧୁର୍ୟ୍ୟମୟୀ ନବ୍ୟା ଜୟତୀଙ୍କ ସ୍ୱର

ବାଲୁକା କଳା: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ଜୀବନ୍ତ କଳା

ସହପ୍ରଯୋଜକ: ସିଦ୍ଧାର୍ଥ ତିୱାରୀ (ସିଡ୍)

ମୁଖ୍ୟ ପ୍ରଯୋଜକ: ନୈନା ଦାଶ ତିୱାରୀ ଏବଂ ପ୍ରୀତିରାଜ ଶତପଥୀ

କ୍ରିଏଟିଭ ନିର୍ଦ୍ଦେଶକ: ଦୂରଦୃଷ୍ଟି ସମ୍ପନ୍ନ ସିଦ୍ଧାର୍ଥ ତିୱାରୀ

ଆମର ପ୍ରାୟୋଜକ ମାନଙ୍କୁ ମଧ୍ୟ ଗଭୀର କୃତଜ୍ଞତା:

ଆମେ ଆମର ପ୍ରାୟୋଜକମାନଙ୍କୁ ତାଙ୍କର  ହୃଦୟର ସହିତ ଗଭୀର କୃତଜ୍ଞତା ଜଣାଉଛୁ, ଯେଉଁମାନଙ୍କ ସହଯୋଗ ଦ୍ଵାରା ଏହି କାର୍ୟ୍ୟକ୍ରମକୁ ସମ୍ଭବ ହୋଇପାରିଛି । ଆମେ ଆନ୍ତରିକ ଧନ୍ୟବାଦ ଜଣାଉଛୁ:

  • DN Homes
  • Sum Ultimate Care
  • Ej Group
  • Sand Pebbles Tours
  • Empires Hotel
  • Sambad Digital
  • Kanak News
  • Prameya News
  • Bhitarkanika Jungle Hotels
  • Rotary
  • Kalinga Hospital
  • Namya Weavers Boutique
  • ଏବଂ ଅନ୍ୟାନ୍ୟ ସହଯୋଗୀ ପ୍ରାୟୋଜକ

ବିଶେଷ ଧନ୍ୟବାଦ :

ଏହି ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅନୁଷ୍ଠାନ ଏବଂ ସଙ୍ଗଠନ ପ୍ରତି ଆମେ ବିଶେଷ କୃତଜ୍ଞତା ଜ୍ଞାପନ କରୁଅଛୁ:

  • ମହିଳା ସଶକ୍ତିକରଣ ଯାତ୍ରାରେ ସେମାନଙ୍କ ଆକୁଣ୍ଠ ସହଯୋଗ ପାଇଁ ଓଡ଼ିଶା ରାଜ୍ୟ ମହିଳା ଆୟୋଗ
  • ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ସମୃଦ୍ଧ କରିବାରେ ନିରନ୍ତର ଅବଦାନ ପାଇଁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ
  • ଆମ ପ୍ରୟାସ ପାଇଁ ଏକ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ପାଇଁ କମିସନରେଟ୍ ପୁଲିସ

ଆପଣ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

କାର୍ଯ୍ୟକ୍ରମ ବିବରଣୀ :

ତାରିଖ: ଅକ୍ଟୋବର ୨୭, ୨୦୨୩

ସମୟ: ସନ୍ଧ୍ୟା ୭ଘଟିକା ରୁ ରାତି ଘଟିକା

ସ୍ଥାନ: ଏମ୍ପାୟାର୍ସ ହୋଟେଲ, ଶହୀଦ ନଗର, ଭୁବନେଶ୍ୱର

ଏହି ସଙ୍ଗୀତ ଉନ୍ମୋଚନ କାର୍ଯ୍ୟକ୍ରମ ଏକ ପ୍ରତିଭା, ପ୍ରେରଣା ଏବଂ ସଶକ୍ତ ମହିଳାମାନଙ୍କ ଅଦମ୍ୟ ଭାବନାକୁ ପରିପୂର୍ଣ୍ଣ ରୂପରେ ପାଳନ କରିବାର ଏକ ମହତ୍ତ୍ୱପୂର୍ଣ୍ଣ ସନ୍ଧ୍ୟା ହେବ ବୋଲି “My Sweet Housewife” ର ଦଳ ପ୍ରତିଶ୍ରୁତିବଦ୍ଧ।

“My Sweet Housewife””ର ଯାଦୁ ଏବଂ ସାମାଜିକ ବାର୍ତ୍ତା ସମସ୍ତ ଦର୍ଶକ ଓ ଚଳଚ୍ଚିତ୍ରପ୍ରେମୀ ମଧ୍ୟରେ ଅନୁଭବ କରିପାରିବେ ବୋଲି ଆମେ ଅପେକ୍ଷା କରିଛୁ ଏବଂ ଆଶା କରୁଛୁ ଯେ ଏହାର ମହିଳା ସଶକ୍ତିକରଣର ବାର୍ତ୍ତା ଦୂରଦୂରାନ୍ତର ଦର୍ଶକ ଏବଂ ଚଳଚ୍ଚିତ୍ର ପ୍ରେମୀମାନଙ୍କ ମନରେ ପ୍ରତିଧ୍ୱନିତ ହେବ।

 

Leave A Reply

Your email address will not be published.