ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍: ୧୦୦ରୁ ଅଧିକ ମୃତ

0

ନୂଆଦିଲ୍ଲୀ (ଆମ ଟିଭି): ୨ ସପ୍ତାହରୁ ଅଧିକ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଏହାରି ଭିତରେ ପୁଣି ପଶ୍ଚିମ ଗାଜା ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଫଳରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ ଗାଜାରେ ମୋବାଇଲ ସେବା ଠପ୍ ହୋଇଯାଇଥିବା ଜଣାପଡିଛି ।

ଗାଜା ସିଟିର ଅଲ-ଜାୟତୁନ ଅଞ୍ଚଳରେ ଏକ ଚାରି ମହଲା ଘର ଉପରେ ହୋଇଥିବା ଆକ୍ରମଣରେ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରୀୟ ଗାଜାର ନୁସିରାଟ ଶରଣାର୍ଥୀ ଶିବିର ଉପରେ ହୋଇଥିବା ବିମାନ ଆକ୍ରମଣରେ ଅନ୍ୟ ୮ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ୱାଫା କହିଛି। ରାଫାରେ ଇସ୍ରାଏଲର ଆକ୍ରମଣରେ ଜଣେ ଶିଶୁଙ୍କ ସମେତ ଅନ୍ୟ ୧୨ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ୱାଫା କହିଛି। ପାଲେଷ୍ଟାଇନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଧିକୃତ ପଶ୍ଚିମ ତଟରେ ଇସ୍ରାଏଲ ସେନା ଆକ୍ରମଣ କରିବାରୁ ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୂ ହୋଇଛି ।

Leave A Reply

Your email address will not be published.