ଭୁବନେଶ୍ୱର(ଆମ ଟିଭି): ଆଜି କଳାହାଣ୍ଡି ପ୍ରତିଷ୍ଠା ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯାଇଛନ୍ତି । ଏହି ଗସ୍ତ ବେଳେ ଭଙ୍ଗାବାରି ଠାରେ ନିର୍ମାଣ ହୋଇଥିବା ମେଡିକାଲ କଲେଜକୁ ନବୀନ ଉଦଘାଟନ କରିବେ । ଏହାସହ କଳାହାଣ୍ଡିରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଲକ୍ଷ୍ମୀ ବସ୍ ଶୁଭାରମ୍ଭ ହେବାକୁ ଥିବା ବେଳେ ଏନେଇ ଉତ୍ସାହିତ ଅଛନ୍ତି ନବରଙ୍ଗପୁର ଲୋକ ।
ନବରଙ୍ଗପୁର ଏକ କୃଷିବହୁଳ ଜିଲ୍ଲା ହୋଇଥିବା ବେଳେ ଏଠାକାର ଚାଷୀମାନେ ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ କରନ୍ତି, ଆଉ ଏହାକୁ ନେଇ ସହରରେ ବିକ୍ରି କରିଥାନ୍ତି । ଲକ୍ଷ୍ମୀ ବସ୍ ଶୁଭାରମ୍ଭ ହେଲେ ଏହା ସେମାନଙ୍କ ପାଇଁ ଲାଭଦାୟକ ହେବ ବୋଲି କୁହାଯାଉଛି । ବିଶେଷ କରି ଯୋଗାଯୋଗ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ନବରଙ୍ଗପୁର ଲୋକେ ଖୁସି ବ୍ୟକ୍ତ କରିଛନ୍ତି ।