ନୂଆଦିଲ୍ଲୀ (ଆମ ଟିଭି): ନଭେମ୍ବର ମାସ ଆରମ୍ଭରୁ ଉପରମୁହାଁ ହୋଇଛି ଗ୍ୟାସ୍ ଦର । ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ଦାମ ୧୦୧.୫୦ ଟଙ୍କା ବଢ଼ିଛି। ନୂଆ ରେଟ୍ ଲାଗୁ ହେବା ପରେ ଆଜିଠୁ ରାଜଧାନୀ ଦିଲ୍ଲୀରେ ଏହି ଗ୍ୟାସ୍ ସିଲିଣ୍ଡର ପିଛା ୧୮୩୩ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ତାହା ୧୭୩୧ ଟଙ୍କା ଥିଲା। ମୁମ୍ବାଇରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ଦାମ ପୂର୍ବରୁ ୧୬୮୪ ଟଙ୍କା ଥିବା ବେଳେ ଏବେ ତାହା ୧୭୮୫.୫୦ ଟଙ୍କାରେ ପହଞ୍ଚିଛି।
କୋଲକତାରେ ଏହି ସିଲିଣ୍ଡର ଦାମ ପୂର୍ବରୁ ୧୮୩୯.୫୦ ଥିବା ବେଳେ ଏବେ ତାହା ୧୯୪୩ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ପୂର୍ବରୁ ୧୮୯୮ ଟଙ୍କା ଥିବା ବେଳେ ଏବେ ତାହା ୧୯୯୯.୫୦ ଟଙ୍କାରେ ପହଞ୍ଚିଛି। କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ଦୁଇ ମାସରେ ୩ଶହ ଟଙ୍କାରୁ ଅଧିକ ବଢ଼ି ଯାଇଛି।