ମହଙ୍ଗ ପଡିଲା ରାଜ୍ୟପାଳଙ୍କୁ ସମନ ପଠାଇବା

0

ରାଜ୍ୟର ମୁଖ୍ୟ ରାଜ୍ୟପାଳଙ୍କ ନାମରେ ଜାରି ହେଲା ସମନ । ଏପରିକି କୋର୍ଟରେ ହାଜର ହେବାକୁ ରାଜଭବନ ପଠାଗଲା ନୋଟିସ୍‌। ଏପରି ସାଂଘାତିକ ଭୁଲ୍‌ କରିଥିବା ଅଧିକାରୀଙ୍କୁ ତୁରନ୍ତ ସସ୍‌ପେଣ୍ଡ କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶରେ ଘଟିଛି।

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲଙ୍କୁ ହାଜର ହେବାକୁ ନୋଟିସ ପଠାଇ ସସ୍‌ପେଣ୍ଡ ହୋଇଥିବା ଅଧିକାରୀଜଣକ ହେଲେ SDM(Sub Divisional Magistrate) ବିନୀତ କୁମାର । ତାଙ୍କ ସହ ପେଶକାର ବଦନ ସିଂଙ୍କୁ ବି ନିଲମ୍ବିତ କରାଯାଇଛି।

ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାର ଏସଡିଏମ୍‌ ବିନିତ କୁମାରଙ୍କ କୋର୍ଟ ତରଫରୁ ଏକ ଜମି ଅଧିଗ୍ରହଣ ସମ୍ବନ୍ଧିତ ମାମଲାରେ ଗତ ୭ ତାରିଖରେ ରାଜ୍ୟପାଳଙ୍କ ନାମରେ ସମନ ଜାରି କରାଯାଇଥିଲ। ଉକ୍ତ ସମନରେ ୧୮ ତାରିଖରେ ହାଜର ହେବାକୁ କୁହାଯାଇଥିଲା। ଏହି ସମନ ୧୦ ତାରିଖରେ ରାଜଭବନରେ ପହଞ୍ଚିବା ପରେ ହଇଚଇ ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.