୫୮ ବର୍ଷରେ ପାଦ ଦେଲେ ବଲିଓଡ ବାଦଶାହା ଶାହରୁଖ ଖାନ୍
ନୂଆଦିଲ୍ଲୀ (ଆମ ଟିଭି): ଆଜି ବଲିଉଡ ବାଦଶାହା ଶାହରୁଖ ଖାନଙ୍କ ଜନ୍ମ ଦିନ । ୫୮ ବର୍ଷରେ ଆଜି ପଦାର୍ପଣ କରିଛନ୍ତି କିଙ୍ଗ ଖାନ୍ । ଜନ୍ମଦିନ ଅବସରରେ କିଙ୍ଗ ଖାନଙ୍କ ଏକ ଝଲକ ପାଇବା ପାଇଁ ତାଙ୍କ ଘର ମନ୍ନତ ସମ୍ମୁଖରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା । ଶାହରୁଖ ମଧ୍ୟ ନିଜ ଫ୍ୟାନ୍ସଙ୍କୁ ନିରାଶ କରିନଥିଲେ । ବିଳମ୍ବିତ ରାତିରେ ଘର ଛାତ ଉପରକୁ ବାହାରି ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥିଲେ ।
ଶାହରୁଖ ନିଜ ସିଗନେଚର ପୋଜ୍ରେ ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥିଲେ । କିଏ ଫୁଲତୋଡା ଧରି ଆସିଥିଲା ତ ଆଉ କିଏ କେକ୍ ଓ ଉପହାର ନେଇ ଶାହରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଆସିଥିଲା। ଏହାସହ ଶାହରୁଖଙ୍କ ବଡ଼ ବଡ଼ ପୋଷ୍ଟର ନେଇ ମଧ୍ୟ ଆସିଥିବା ଦେଖିବାକୁ ମିଳିଥିଲା । ଶାହରୁଖଙ୍କୁ ଅତି ନିକଟରେ ପାଇ ନିଜ ମୋବାଇଲରେ କଏଦ କରି ନେଇଥିଲେ ତାଙ୍କ ପ୍ରଶଂସକ ।