କଟକ (ଆମ ଟିଭି): ବିଅର ବୋତଲ ପ୍ରତି ୧୦ ଟଙ୍କା ଅଧିକ ନେଇ ୨୦ ଲକ୍ଷ ଟଙ୍କାର ତଣ୍ଡ ଗଣିଲେ ମଦ ଦୋକାନୀ। ଏହା ସହ ଦୋକାନକୁ ସିଲ୍ କରିଛି ଅବକାରୀ ବିଭାଗ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ରାମଦାସପୁର ଅଞ୍ଚଳରେ। କିଛି ଦିନ ତଳେ ରାମଦାସପୁର ଅଞ୍ଚଳରେରେ ଥିବା ମଦ ଦୋକାନୀ ବୋତଲରେ ଯେତିକି ରହିଛି ତାଦ ଠାରୁ ୧୦ ଟଙ୍କା ଅଧିକରେ ଲୋକମାନଙ୍କୁ ମଦ ବିକ୍ର କରୁଥିଲା। ଲୋକମାନେ ମଧ୍ୟ ୧୦ଟଙ୍କା ଅଧିକ ଦେଇ ମଦ କିଣିଥିଲେ।
ପରେ କଟକ ସିଡିଏ ଅଞ୍ଚଳର କିଛି ଗ୍ରାହକ ଏନେଇ କଟକ ଖାଉଟି ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ। ଖାଉଟି ଅଦାଲତ ଘଟଣାର ତଦନ୍ତ କରି ଉକ୍ତ ଦୋକାନୀଙ୍କୁ ୨୦ ଲକ୍ଷ ଟଙ୍କାର ଜୋରିମାନା କରିଥିଲେ। ଏହା ସହିତ କଟକ ଜିଲ୍ଲା ଅବକାରୀ ବିଭାଗ ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରିଛି।