ବିରୋଧୀଙ୍କୁ ଆଲର୍ଟ ଆସିବା ପ୍ରସଙ୍ଗ: ଆପଲ କମ୍ପାନୀକୁ ନୋଟିସ୍

0

ନୂଆଦିଲ୍ଲୀ (ଆମ ଟିଭି): ବିପକ୍ଷ ନେତାଙ୍କୁ ଆପଲର ସତର୍କ ସୂଚନା ନେଇ ବର୍ତ୍ତମାନ ରାଜନୀତି ଜୋର ଧରିବାରେ ଲାଗିଛି । ଏହାରି ଭିତରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଗୁରୁବାର ଦିନ ଆପଲ କମ୍ପାନୀକୁ ଏକ ନୋଟିସ ଜାରି କରାଯାଇଛି । ଏଥିରେ କୁହାଯାଇଛି କି, ଏହା ରାଜ୍ୟ ପ୍ରାୟୋଜିତ ବୋଲି କଣ ପ୍ରମାଣ ଅଛି ତାହା ଦାଖଲ କର ।

ବିରୋଧୀ ନେତାଙ୍କ ଆଇଫୋନକୁ ଏକ ମେସେଜ ଆସିଥିଲା । ଏହି ମେସେଜ ଆପଲ କମ୍ପାନୀ ତରଫରୁ କରାଯାଇଥିଲା । ଏଥିରେ ଉଲ୍ଲେଖ ଥିଲା କି ଆପଣଙ୍କ ଫୋନ ହ୍ୟାକ କରିବାକୁ ଚେଷ୍ଟା କରାଯାଉଛି ଓ ଏହା ଏକ ରାଜ୍ୟ ପ୍ରାୟୋଜିତ ବୋଲି ମେସେଜରେ ଉଲ୍ଲେଖ ଥିଲା । ଏହାକୁ ନେଇ ସାରା ଦେଶର ରାଜନୀତି ସରଗରମ ହୋଇପଡିଥିଲା ।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସୂଚନା ଓ ପ୍ରଜ୍ୟୁକ୍ତି ସଚିବ ଏସ କୃଷ୍ଣାନ ଗୁରୁବାର ଦିନ ବିରୋଧୀଙ୍କ ଅଭିଯୋଗ ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ କି ଏହି ମାମଲାର ଯାଂଚ ସିଇଆରଟି କରୁଛି । ଏହାସହ ଏହି ମାମଲାରେ ଆପଲ କମ୍ପାନୀକୁ ନୋଟିସ କରାଯାଇଛି ।

Leave A Reply

Your email address will not be published.