ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ କାର ଉପରେ ଆକ୍ରମଣ

0

ନୂଆଦିଲ୍ଲୀ (ଆମ ଟିଭି): ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଏକ ମାସରୁ ଅଧିକ ସମୟ ହେଲା ଚାଲିଛି। ଯେଉଁଠାରେ ଅଧିକାଂଶ ଦେଶ ଗାଜା ଷ୍ଟ୍ରିପରେ ଚାଲିଥିବା ଇସ୍ରାଏଲ ଆକ୍ରମଣକୁ ବନ୍ଦ କରିବାକୁ ଦାବି କରୁଛନ୍ତି।ସେହିପରି ଆବୁ ଜନ୍ଦଲ ସଂଗଠନ ସୋମବାର ପାଲେଷ୍ଟାଇନ ରାଷ୍ଟ୍ରପତି ମହମୂଦ ଅବ୍ବାସଙ୍କୁ ଇସ୍ରାଏଲ ବିରୋଧରେ ସମ୍ପୂର୍ଣ୍ଣ ଯୁଦ୍ଧ ଘୋଷଣା କରିବାକୁ ୨୪ ଘଣ୍ଟା ସମୟ ଦେଇଥିଲା।ଏହି ସମୟରେ ମଙ୍ଗଳବାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ରାଷ୍ଟ୍ରପତି ଅବ୍ବାସଙ୍କୁ ହତ୍ୟା ଉଦ୍ୟମ କରାଯାଉଥିବା ଦେଖାଯାଇଛି।

ଆତଙ୍କବାଦୀଙ୍କ ଦାବି ପୂରଣ ହେବା ନ ପରେ ଅବ୍ବାସଙ୍କୁ ଟାର୍ଗେଟ କରାଯାଇଥିବା ନେଇ ବୋଲି ବିଶ୍ୱାସ କରାଯାଉଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଅବ୍ବାସଙ୍କ କାର୍‌ରେ ଖୋଲା ଗୁଳି ଚାଳନା ଦେଖିବାକୁ ମିଳିଛି। ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି କି ଅବ୍ବାସଙ୍କ ଜଣେ ଅଙ୍ଗରକ୍ଷୀଙ୍କୁ ହଠାତ୍‌ ଗୁଳି ମାତ୍ରେ ତଳେ ପଡ଼ିଯାଇଛନ୍ତି।ଏହା ପରେ ଅବଶିଷ୍ଟ ଅଙ୍ଗରକ୍ଷୀମାନେ ଆକ୍ରମଣକାରୀଙ୍କ ସହ ଯୁଦ୍ଧ କରୁଥିବା ଦେଖାଯାଉଛି।

Leave A Reply

Your email address will not be published.