ଇସ୍ରାଏଲର ଦାବି; ଗାଜାରୁ ନିୟନ୍ତ୍ରଣ ହରାଇଛି ହମାସ ଆତଙ୍କୀ
ନୂଆଦିଲ୍ଲୀ(ଆମ ଟିଭି): ଗାଜା ଉପରେ ଲଗାତର ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା। ଗାଜାପଟିରୁ ନିୟନ୍ତ୍ରଣ ହରାଇଛି ହମାସ ଆତଙ୍କୀ। ଦୀର୍ଘ ୧୬ ବର୍ଷ ପରେ ହମାସ ନିୟନ୍ତ୍ରଣ ହରାଇଛି ବୋଲି ଦାବି କରିଛି ଇସ୍ରାଏଲ ସେନା। ଏବେ ହମାସର ଶିଫା ହସ୍ପିଟାଲ ଆଗରେ ଇସ୍ରାଏଲ ସେନା ଏବଂ ଆତଙ୍କୀଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ସେପଟେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ନବଜାତ ଶିଶୁ ଓ ସାଧାରଣ ଲୋକ। ଇନ୍ଧନ ଯୋଗାଣ ବନ୍ଦ ହେତୁ ଗାଜାର ସବୁଠୁ ବଡ ଡାକ୍ତରଖାନା ଅଲ ଶିଫାର ଆଇସିୟୁରେ ଭର୍ତି ହୋଇଥିବା ତିନିଜଣ ଶିଶୁ ପ୍ରାଣ ହରାଇଛନ୍ତି।
ଡାକ୍ତର କହିଛନ୍ତି ଯେ ଯଦି ଇନ୍ଧନ ଯୋଗାଣ ଅଧିକ ଯୋଗାଇ ଦିଆଯାଏ ନାହିଁ, ତେବେ ୩୦ଟି ଅକାଳ ଶିଶୁଙ୍କ ଜୀବନ ଯାଇପାରେ । ଅନ୍ୟପଟେ ଗତକାଲି ରାତି ପ୍ରାୟ ୯ ଟା ସମୟରେ ଇସ୍ରାଏଲର ସୁରକ୍ଷା ଏଜେନ୍ସି ଦାବି କରିଛି ଯେ ହମାସ୍ ହସ୍ପିଟାଲରୁ ରକେଟ୍ ଫିଙ୍ଗିଛି ।