ନୂଆଦିଲ୍ଲୀ (ଆମ ଟିଭି): ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ଭୁଷୁଡ଼ିବା ଘଟଣାକୁ ୩ ଦିନ ବିତିଗଲାଣି । ତଥାପି ଉଦ୍ଧାର ହୋଇପାରିଲେନି ଫସିଥିବା ଶ୍ରମିକ । ଉତ୍ତରକାଶୀରେ ସୁଡ଼ଙ୍ଗ ଭୁଶୁଡିବାର ତୃତୀୟ ଦିନରେ ଉଦ୍ଧାର କାର୍ୟ୍ୟକୁ ଜୋରଦାର କରିଛି ଉତରାଖଣ୍ଡ ପ୍ରଶାସନ । ସୁଡ଼ଙ୍ଗ ଭିତରେ ଫସି ରହିଥିବା ୮ଟି ରାଜ୍ୟର ୪୦ରୁ ଅଧିକ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ‘ଆର୍ଥ ଅଗର’ ମେସିନ୍ ଅଣାଯାଇଛି । ଆର୍ଥ ଅଗର ମେସିନ ସାହାଯ୍ୟରେ ଡ୍ରିଲ କରି ୯୦୦ ମିଲିମିଟର ଗୋଲେଇର ପାଇପ୍ ଗୁଡ଼ିକୁ ଖଞ୍ଜାଯିବ ।
ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିବ ଏହି ମେସିନ୍ । ଏହାରି ଭିତରେ ଆଶ୍ୱସ୍ତିକର ଖବର ହେଉଛି ଯେ ସୁଡଙ୍ଗ ଭିତରେ ଫସିରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା କୁହାଯାଉଛି । ଅନ୍ୟପଟେ ସୁଡଙ୍ଗ ଭୁଶୁଡିବାର କାରଣ ଖୋଜିବାକୁ ୬ ଜଣିଆ କମିଟି ଗଠନ କରିଛନ୍ତି ଉତରାଖଣ୍ଡ ସରକାର ।