ଭୁବନେଶ୍ୱର (ଆମ ଟିଭି): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରୋପୱେ ଉଦଘାଟିତ ହେବ। ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ରୋପୱେକୁ ଶୁକ୍ରବାର ଅପରାହ୍ନରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦ୍ଘାଟନ କରିବେ।
ଏହି ରୋପୱେର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ କଲକାତାର ଏକ ଘରୋଇ ସଂସ୍ଥା ଦାମୋଦର ରୋପୱେଜ ଇନଫ୍ରା ଲିମିଟେଡ୍କୁ ଦିଆଯାଇଛି। ଏହି ସଂସ୍ଥା ସହିତ ୨୦୨୧ରେ ଚୁକ୍ତିନାମା ସ୍ବାକ୍ଷରିତ କରାଯାଇଥିଲା। ଚୁକ୍ତିନାମା ଅନୁସାରେ ସମସ୍ତ କାର୍ଯ୍ୟ ସମାପ୍ତ ହୋଇଛି। ଶନିବାର ଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ।